ଆଶାରେ ଅଂଶୁମାନ

ଅଂଶୁମାନ ସାମନ୍ତରାୟ। ଦେଖୁ ଦେଖୁ ୟା ଭିତରେ ୮ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଏବେ ସେ ହିନ୍ଦୀ ସିନେମାରେ ନିଜ କ୍ୟାରିୟରକୁ ଆଗେଇ ନେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଅଭିନୀତ ‘ମାରିୟା’ ଏବଂ ‘ଏହେସାସ’ ରିଲିଜ ହେବାକୁ ଯାଉଛି। ଏ ସମ୍ପର୍କରେ ଅଂଶୁମାନ କହନ୍ତି, ‘ଏହି ଫିଲ୍ମଦ୍ୱୟରେ ମୋତେ ଯେଉଁ ରୋଲ ମିଳିଛି ତାହା ମୋ ପାଇଁ ନିଶ୍ଚୟ ମାଇଲେଜ ସାବ୍ୟସ୍ତ ହେବ। ‘ମାରିୟା’ରେ ମୋତେ ଜଣେ ସୁପାରିକିଲର ଭୂମିକା ମିଳିଛି। ଯଦିଓ ରୋଲ ଅଳ୍ପ ହେଲେ ସେଥିରେ ଦମ୍‌ ରହିଛି।’ କେବଳ ସେତିକି ନୁହେଁ ହୋମ୍‌ ବ୍ୟାନରରେ ଏକ ସିନେମା ନିର୍ମାଣ ଚକ୍କରରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଏହି ଅଭିନେତା। ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଆଇଲାରେ ଓଡ଼ିଆ ପୁଅ’, ଯେଉଁଥିରେ ତାଙ୍କୁ ଖଳନାୟକ ଭାବରେ ଦେଖିବାକୁ ମିଳିଥିଲା। ତେବେ ରିଲିଜ୍‌ ଅପେକ୍ଷାରେ ଥିବା ‘ତୁ ମୋର ନିହାତି ଦରକାର’ରେ ତାଙ୍କୁ ମିଳିଛି ଏକ ଭିନ୍ନ ଧରଣର ଭୂମିକା। ଏଥିରେ ସେ ପାଣି ଭିତରେ ଏକ ଫାଇଟ୍‌ ଶଟ୍‌ ଦେଇଛନ୍ତି।

Share