ଆଶାରେ ରାନୀ

ପ୍ରଥମେ ଆଲବମ୍‌ ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର। ବଡ଼ ପରଦାରେ ଏକ ଲମ୍ବା ଇନିଂସ ଖେଳିବାକୁ ଆଶା ରଖିଛନ୍ତି ଏହି ନବାଗତା। ଏ ପର୍ଯ୍ୟନ୍ତ ତିନୋଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି ଏବଂ ଆଉ ଦୁଇଟି ଚିତ୍ରରେ କାମ କରିବା ପାଇଁ ଅଫର ରହିଛି। ସେ ହେଲେ ରାନୀ ପ୍ରିୟଦର୍ଶିନୀ ସାହୁ। ନିଜର କ୍ୟାରିୟର ସମ୍ପର୍କରେ ସେ କହନ୍ତି, ‘ପ୍ରଯୋଜକ ନାରାୟଣ ଘଡ଼େଇ ମୋତେ ପ୍ରଥମେ ‘ଜ୍ୟୋସ୍ନା ଭିଜା ରାତି’ର ନାୟିକା ହେବାର ସୁଯୋଗ ଦେଇଥିଲେ। ଏଭଳି ସୁଯୋଗ ପାଇବା ପରେ ନାୟିକା ହେବାର ଆଶା ମୋର ଦ୍ୱିଗୁଣିତ ହୋଇଯାଇଥିଲା। ତା’ପରେ ନିକଟରେ ରିଲିଜ ହୋଇଥିବା ‘କଟି ପତଙ୍ଗ’ ରେ ମୋ ଭୂମିକା ମୋତେ ଆହୁରି ପ୍ରେରଣାଦାୟକ ହୋଇଥିଲା। ଆଲବମ୍‌ରେ ଅଭିନୟ କରିବା ସମୟରେ ମୋତେ ଆଲବମ୍‌ କୁଇନ୍‌ ବୋଲି ସମ୍ବୋଧନ କରୁଥିଲେ। ଓଡ଼ିଆ ସିନେମାରେ ମୋତେ ଯେଉଁଭଳି ଭୂମିକା ମିଳିଲେ ତାହାକୁ ତୁଲାଇବାର ଦକ୍ଷତା ରହିଛି।’ ତେବେ ନାୟିକା ଭାବରେ ରାନୀ ଆଗକୁ ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share