ଆଶିକି ଗର୍ଲଙ୍କୁ ୫୧ ପୂରିଲା: ୨୯ ଦିନ କୋମାରେ ରହିବା ପରେ ପାଇଥିଲେ ନୂଆ ଜୀବନ;ଏବେ ଦେଖିଲେ ଚିହ୍ନି ବି ହେବନି !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ଶନିବାର ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୬୯ ଜାନୁୟାରୀ ୧୧ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠପଢୁଥିବା ସମୟରେ ମହେଶ ଭଟ୍ଟ ତାଙ୍କୁ ଆଶିକି ଫିଲ୍ମରେ ବ୍ରେକ୍‌ ଦେଇଥିଲେ। ରାହୁଲ ରାୟଙ୍କ ଅପୋଜିଟ୍‌ରେ ଅଭିନୟ କରି ଅନୁ ବେଶ୍‌ ସଫଳତା ସାଉଁଟି ଥିଲେ। ଫିଲ୍ମ ବକ୍ସ୍‌ ଅଫିସ୍‌ରେ ସଫଳ ରହିଥିଲା। ଏହାର ଗୀତ ଏଭରଗ୍ରୀନ୍‌ ପାଲଟି ଯାଇଥିଲା। ଆଶିକି ପରେ ଅନୁ ଗଜବ ତମାଶା, ଖଳନାୟିକା, କିଙ୍ଗ୍‌ ଅଙ୍କଲ, କନ୍ୟାଦାନ, ରିଟର୍ନ ଟୁ ଜୁଏଲ ଥିଫ୍‌ ଆଦି ଫିଲ୍ମରେ ଅଭିୟନ କରିଥିଲେ। ତେବେ ସେସବୁ ସଫଳ ହୋଇ ନ ଥିଲା। ୧୯୯୯ରେ ତାଙ୍କର ଏକ ଦୁର୍ଘଟଣା ହୋଇଥିଲା। ସେ ୨୯ ଦିନ କୋମାରେ ରହିବା ପରେ ନୂଆ ଜୀବନ ଫେରି ପାଇଥିଲେ। ଏହାପରେ ନିଜର ସମସ୍ତ ସମ୍ପତ୍ତି ଦାନ କରି ସେ ସନ୍ୟାସ ଗ୍ରହଣ କରିଥିଲେ। ୯୦ ଦଶକରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିବା ଗ୍ଲାମରସ୍‌ ଅନୁଙ୍କୁ ଏବେ ଦେଖିଲେ ଚିହ୍ନି ମଧ୍ୟ ହେଉନି। ଏବେ ସେ ଅତି ସାଧାରଣ ଭାବେ ଜୀବନ ବିତାଉଛନ୍ତି।

Share