ଆଶୀର୍ବାଦଙ୍କୁ ମିଳିଲା ଜାମିନ

କଟକ ଅଫିସ, ୨୬।୧୧: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ତାଙ୍କର ପାସ୍‌ପୋର୍ଟକୁ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବା ଏବଂ ତଦନ୍ତ ପ୍ରଭାବିତ ନ କରିବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।

ପ୍ରକାଶଯୋଗ୍ୟ, ଗତ ସେପ୍ଟେମ୍ବର ୧୯ ତାରିଖରେ ଆଶୀର୍ବାଦଙ୍କୁ ସିବିଆଇ ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ମାମଲାରେ ଗିରଫ କରିଥିଲା। ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୂର୍ବରୁ ସିବିଆଇ ଆଶୀର୍ବାଦଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏପରିକି ସେ ଏକାଧିକ ଥର ଜେରାର ସମ୍ମୁଖୀନ ହୋଇଥିଲେ।

Share