Categories: ଖେଳ

ଆଶେସ୍‌ରୁ ଆଣ୍ଡରସନ ବାଦ୍‌

ଡର୍ବି, ୧।୯ (ଏଏଫ୍‌ପି)- ଇଂଲଣ୍ଡର ଅଗ୍ରଣୀ ଉଇକେଟ୍‌ ହାସଲକାରୀ ବୋଲର ଜେମ୍ସ ଆଣ୍ଡରସନ ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଆଶେସ ସିରିଜର ବଳକା ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ୩୭ ବର୍ଷୀୟ ଆଣ୍ଡରସନ ମାସଂପେଶୀଜନିତ ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରେ ମାତ୍ର ୪ ଓଭର ବୋଲିଂ କରି ପଡ଼ିଆ ଛାଡ଼ିଥିଲେ। ଏହାପରେ ୨ୟ ଓ ୩ୟ ମ୍ୟାଚ୍‌ରୁ ମଧ୍ୟ ବାଦ୍‌ ପଡ଼ିଥିଲେ। ନିକଟରେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିବା ଅବସରରେ ଆଣ୍ଡରସନ ସେହି ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ତାଙ୍କୁ ସିରିଜର ବଳକା ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି। ସମରସେଟ୍‌ର କ୍ରେଗ୍‌ ଓଭରଟନ୍‌ଙ୍କୁ ୪ର୍ଥ ଟେଷ୍ଟ ମ୍ୟାଚ୍‌ ପାଇଁ ୧୩ ଜଣିଆ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ସେପ୍ଟେମ୍ବର ୪ରୁ ଓଲ୍ଡ ଟ୍ରାଫୋର୍ଡଠାରେ ସିରିଜର ୪ର୍ଥ ମ୍ୟାଚ୍‌ ଖେଳାଯିବ।

Share