Categories: ଖେଳ

ଆଶେସ: ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବିପର୍ଯ୍ୟୟ

ଲଣ୍ଡନ,୧୭।୮- ଲଡର୍‌ସରେ ଚାଲିଥିବା ଦ୍ୱିତୀୟ ଆଶେସ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୨୫୮ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୭.୧ ଓଭରରେ ୪ ଉଇକେଟ ହରାଇ ୮୦ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଇନ୍‌ଫର୍ମ ଷ୍ଟିଭ୍‌ ସ୍ମିଥ୍‌ ୧୩ ଓ ମାଥ୍ୟୁ ଓ୍ବେଡ୍‌ କୌଣସି ରନ ନ କରି ଅପରାଜିତ ରହିଛନ୍ତି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦/୧ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିଲା। ଓପନର ଡେଭିଡ ଓ୍ବାର୍ନର ୩, କାମେରନ ବ୍ୟାଙ୍କ୍ରଫ୍ଟ ୧୩, ଉସ୍‌ମାନ ଖ୍ବାଜା ୩୬ ଓ ଟ୍ରାଭିସ୍‌ ହେଡ ୭ ରନ କରି ଆଉଟ ହୋଇଛନ୍ତି। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ ୨, ଜୋଫ୍ରା ଆର୍ଚର ଓ କ୍ରିସ୍‌ ଓ୍ବକ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ବର୍ଷା ଯୋଗୁ ତୃତୀୟ ଦିନର ଖେଳ ବାଧାପ୍ରାପ୍ତ ହୋଇଥିଲା ଓ ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ: ୨୫୮ ଅଲଆଉଟ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୩୭.୧ ଓଭରରେ ୮୦/୪

Share