Categories: ଖେଳ

ଆଶେସ: ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ବର୍ମିଂହାମ, ୧।୮- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଐତିହାସିକ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ଙ୍କୁ କିନ୍ତୁ ନିରାଶ ହେବାକୁ ପଡ଼ିଛି। ରିପୋର୍ଟ ଲେଖା ହେବାବେଳକୁ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୨ ଓଭରରେ ୨ ଉଇକେଟ୍‌ ହରାଇ ୨୭ ରନ ସଂଗ୍ରହ କରିଛି। ଦୁଇ ଓପନର୍‌ କାମେରୁନ ବ୍ୟାନ୍‌କ୍ରଫ୍ଟ (୮ ରନ) ଓ ବରିଷ୍ଠ ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର (୨) ସଅଳ ପ୍ୟାଭିଲିୟନ ଫେରିଯାଇଛନ୍ତି। ଷ୍ଟିଭେନ ସ୍ମିଥ ୯ ଓ ଉସ୍‌ମାନ ଖ୍ବାଜା ୫ ରନ୍‌ କରି କ୍ରିଜ୍‌ରେ ବ୍ୟାଟିଂ କରୁଛନ୍ତି। ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଉଭୟ ଉଇକେଟ୍‌ ଅକ୍ତିଆର କରି ଇଂଲଣ୍ଡକୁ ପ୍ରାରମ୍ଭିକ ସଫଳତା ଦେଇଛନ୍ତି।

Share