Categories: ଖେଳ

ଆଶୋକ ମାଲହୋତ୍ରା ଆଇସିଏ ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୬।୧୦(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ଆଶୋକ ମାଲହୋତ୍ରା ନିର୍ଦ୍ୱନ୍ଦ୍ୱରେ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସଏ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ନୂଆକରି ସୃଷ୍ଟି ହୋଇଥିବା ଏହି ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ଅଧିକାରୀ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ଅନ୍ୟ ପଦଗୁଡିକ ପାଇଁ ନିର୍ବାଚନ କରାଯିବ। ସମ୍ପାଦକ ପଦ ପାଇଁ ଅଶୁ ଡାନୀ, ସିଦ୍ଧାର୍ଥ ସାହିବ ସିଂ ଓ ହିତେଶ ମଜୁମ୍‌ଦାର ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି କୋଷାଧ୍ୟକ୍ଷ ପଦ ପାଇଁ କିଶୋର ଶର୍ମା ଓ ଭି କ୍ରିଷ୍ଣମୂର୍ତ୍ତି ନିର୍ବାଚନରେ ଅବତୀର୍ଣ୍ଣ ହେବେ। ବିସିସିଆଇରେ ପ୍ଲେୟାର ରିପ୍ରେଜେଣ୍ଟେଟିଭ ବା ଖେଳାଳିଙ୍କ ପ୍ରତିନିଧିତ୍ୱ ନେଇ ଥିବା ଏକମାତ୍ର ପଦ ପାଇଁ କର୍ତ୍ତି ଆଜାଦ ଏବଂ ଅଂଶୁମାନ ଗାଏକ୍ୱାଡ଼ ଓ ଅନ୍ୟ ୨ଜଣ ପ୍ରାର୍ଥୀ ପରସ୍ପର ବିରୋଧରେ ଲଢ଼େଇ କରିବେ। ତେବେ ଆଇପିଏଲ ଗଭର୍ନିଂ କାଉନସିଲକୁ ସୁରେନ୍ଦର ଖାନ୍ନା ପ୍ରତିନିଧିତ୍ୱ କରିବା ସ୍ପଷ୍ଟ ହୋଇଛି।

Share