କେରଳର ମୁନ୍ନାରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ରାସ୍ତା କଡରେ ବୁଲୁଥିବା ଏକ କୁକୁରକୁ ସୁଇଜରଲାଣ୍ଡ ପଠାଯିବାର ବ୍ୟବସ୍ଥା କରାଯାଇଛି। କଥାଟା ଯେତିକି ଆଶ୍ଚର୍ଯ୍ୟ ସେତିକି ରୋଚକ ମଧ୍ୟ। ଜନି ଏବଂ ଏଲେନ ନାମକ ଦୁଇ ସୁଇଜରଲାଣ୍ଡ ପର୍ଯ୍ୟଟକ କେରଳ ବୁଲିବାକୁ ଆସିଥିବା ବେଳେ ରାସ୍ତାରେ ବୁଲୁଥିବା ଏକ କୁକୁରକୁ ଦେଖି ପସନ୍ଦ କରିଥିଲେ। ଏହାପରେ କୁକୁରଟିକୁ ନିକଟତର କରିବା ପାଇଁ କିଛି ଖାଇବାକୁ ଦେଇଥିଲେ। ତିନିଦିନ ଧରି ଏଭଳି କରିବା ପରେ କୁକୁର ପ୍ରତି ଉଭୟଙ୍କ ପ୍ରେମ ବଢିବାକୁ ଲାଗିଥିଲା। ଫଳରେ ତାକୁ କୋଳେଇ ନେବାକୁ ନିଷ୍ପତ୍ତି ନେଇଥିଲେ। ଜନି ଏବଂ ଏଲେନ କୁକୁରଟିର ନାଁ ନୈନି ରଖିଛନ୍ତି। ଉଭୟ ନୈନିକୁ ପ୍ରତିଦିନ ଗାଧୋଇ ଦେବା ସହ ଖାଇବାକୁ ଦିଅନ୍ତି। ଏବେ ତାକୁ ସୁଇଜରଲାଣ୍ଡ ନେବା ପାଇଁ କାଗଜପତ୍ର ପ୍ରସ୍ତୁତ ଚାଲିଛି।