ଆଶ୍ୱସ୍ତ ହେଲେ ସଲମାନ

ମୁମ୍ବାଇ,୧୭।୬: କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରେ ମିଥ୍ୟା ଆଫିଡେଭିଟ ଦାଖଲ କରିବା ମାମଲାରେ ଯୋଧପୁର କୋର୍ଟ ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ସଲମାନଙ୍କ ଉପରେ ମିଥ୍ୟା ଆଫିଡେଭିଟ ମାମଲା ଲାଗିଥିଲା। ସୂଚନାଯୋଗ୍ୟ, କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ନିଜ ଅସ୍ତ୍ରଶସ୍ତ୍ର ଓ ଲାଇସେନ୍ସ ହଜି ଯାଇଥିବା ନେଇ ଏକ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ଗତ ସପ୍ତାହରେ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଥିଲା।

Share