Posted inଖେଳ

ଆଷ୍ଟୋନ ଆଗରଙ୍କ ହ୍ୟାଟ୍ରିକ; ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଜୋହାନ୍ସବର୍ଗ,୨୨।୨- ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଆଷ୍ଟୋନ ଆଗର ହ୍ୟାଟ୍ରିକ ଉଇକେଟ ନେଇଛନ୍ତି। ଏଥିଯୋଗୁ ଅଷ୍ଟ୍ରେଲିଆ ୧୦୭ ରନ୍‌ର ବୃହତ୍‌ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ୫ ଉଇକେଟ ସଫଳତା ପାଇଥିବା ଆଷ୍ଟୋନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ମିଳିତ ଉଦ୍ୟମ ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଦଳ ପାଇଁ ଷ୍ଟିଭ ସ୍ମିଥ ୪୫, ଅଧିନାୟକ ଆରୋନ ଫିଞ୍ଚ ୪୨, ଆଲେକ୍ସ କାରି ୨୭ ଓ ଆଷ୍ଟୋନ ୨୦ ରନ୍‌ କରିଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଡେଲ ଷ୍ଟେଇନ ଓ ତାବ୍ରିଜ ଶାମ୍‌ସି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଇନିଂସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା। ଏଭଳି ପରିସ୍ଥିତିରୁ ଦଳକୁ କୌଣସି ବ୍ୟାଟ୍ସମ୍ୟାନ ଉଦ୍ଧାର କରିପାରି ନ ଥିଲେ। ଇନିଂସ୍‌ର ୭ମ ଓଭର ବୋଲିଂ କରୁଥିବା ଆଗର ଚତୁର୍ଥ ବଲରେ ଡୁପ୍ଲେସିଙ୍କୁ କେନ ରିଚାର୍ଡସନ୍‌ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ପରବର୍ତ୍ତୀ ବଲରେ ଆଣ୍ଡିଲେ ଫେଲୁକ୍ୱାୟୋଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ପାଭେଲିଅନ ଫେରାଇଥିଲେ। ଓଭରର ଅନ୍ତିମ ବଲରେ ଷ୍ଟେଇନଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ। ଟି୨୦ ଫର୍ମାଟ୍‌ରେ ହ୍ୟାଟ୍ରିକ ନେବାରେ ଆଗର ଦ୍ୱିତୀୟ ଅଷ୍ଟ୍ରେଲିଆନ ବୋଲର। ତାଙ୍କ ପୂର୍ବରୁ ବ୍ରେଟ୍‌ ଲି ୨୦୦୭ରେ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍‌ ନେଇଥିଲେ। ଦକ୍ଷିଣ ଆଫ୍ରିକା ୧୪.୩ ଓଭରରେ ମାତ୍ର ୮୯ ରନ୍‌ରେ ସୀମିତ ରହିଥିଲା। ଦଳ ପାଇଁ ଫାଫ ଡୁପ୍ଳେସି ୨୪, କାଗିସୋ ରବାଡା ୨୨ ଓ ପିଟେ ଭାନ ବିଜନ (୧୬)ଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ବିଜୟୀ ଦଳ ପାଇଁ ଆଷ୍ଟୋନ ୫ ଉଇକେଟ ନେଇଥିଲେ। ସେହିଭଳି ପାଟ କୁମିନ୍ସ ଓ ଆଡାମ ଝାମ୍ପା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଅନୁଷ୍କା

ଲଣ୍ଡନ,୫।୧୧: ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡଠାରୁ ଭାରତୀୟ କ୍ରିକେଟ ଦଳ ଲଜ୍ଜାଜନକ ୩-୦ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ଟିମ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ...

କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏମିତି ଜିନିଷ ମାଗିଦେଲେ ଯୁବରାଜ

ଆଜି ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଦିନରେ ବିରାଟ କୋହଲିଙ୍କୁ କିଛି ଦେବା ପରିବର୍ତ୍ତେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ...

ପାକିସ୍ତାନ ଖେଳାଳିଙ୍କ ଭଉଣୀ-ଭାଇଙ୍କ ସଂଖ୍ୟା ଶୁଣି ଚମକି ପଡିଲେ ଇଂଲଣ୍ଡ କ୍ରିକେଟର ମାଇକେଲ, କହିଲେ ଗ୍ୟାପ…

କାନବେରା,୫।୧୧: ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି ଯେଉଁଠାରେ ଏହା ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ଖେଳୁଛି। ଏହି ସିରିଜର...

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ! ରିପୋର୍ଟରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୧୧: ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ...

କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ: ଗୋଟିଏ ବିଜ୍ଞାପନ ପାଇଁ…

ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।...

୩୬ ବର୍ଷରେ ପଦାର୍ପଣ କଲେ କ୍ରିକେଟ ଜଗତର ବାଦ୍‌ଶାହା: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ ତଥ୍ୟ…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ କ୍ରିକେଟ ଜଗତର ‘କିଙ୍ଗ୍‌’ କୁହାଯାଏ। କେତେକ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞ ମଧ୍ୟ କୋହଲିଙ୍କୁ...

ଭାରତ ନୁହେଁ, ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ କୋହଲି: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୬ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ...

ମହିଳା ବର୍ଗରେ ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଜିତିଥିବା ବକ୍ସର ଏବେ ବାହାରିଲେ ପୁରୁଷ, ପୂରା ଖବର ଜାଣିଲେ…

ନୂଆଦିଲ୍ଲୀ,୫।୧୧: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ବକ୍ସର ଇମାନ ଖଲିଫ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ସମୟରେ ଇମାନଙ୍କ ଲିଙ୍ଗକୁ ନେଇ ବିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri