ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର,୧୭।୬(ବ୍ୟୁରୋ):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଗୁରୁବାର ସା ୭ଟା ୪୫ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହେବାକୁ ଥିବାବେଳେ ଏଥିରେ ମୋଟ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ମିଳିଥିବା ସୂଚନା ମୁତାବକ, ପଞ୍ଚାୟତିରାଜ, ଅର୍ଥ, କୃଷି ବିଭାଗରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ରେ ମୋହର ବାଜିବ ବୋଲି ସୂତ୍ରରୁ ଜଣାପଡିଛି। ସା ପୂର୍ବରୁ ଆହୁରି କିଛି ପ୍ରସ୍ତାବ ଆସିପାରେ ବୋଲି ମଧ୍ୟ ଜଣାପଡ଼ିଛି।

Share