Categories: ଖେଳ

ଆସନ୍ତାବର୍ଷ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ

ଓ୍ବେଲିଂଟନ,୮।୬(ପି.ଟି.)- ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ପ୍ରଥମେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ଗସ୍ତ ଶେଷ କରିବ। ଟି୨୦ ସିରିଜ ଜାନୁୟାରୀ ୨୪ରୁ ଆରମ୍ଭ ହେବ। ଟି୨୦ ସିରିଜ ପରେ ଭାରତ ଓ ନ୍ୟୁଜିଲାଣ୍ଡ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ। ସେହିପରି ଫେବୃୟାରୀ ୨୧ରୁ ୨୫ ତାରିଖରେ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଓ୍ବେଲିଂଟନରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖ୍ରୀଷ୍ଟଚର୍ଚ୍ଚରେ ଫେବୃୟାରୀ ୨୯ରୁ ମାର୍ଚ୍ଚ ୪ ତାରିଖ ମଧ୍ୟରେ ଖେଳାଯିବ। ଭାରତର ଏହି ଗସ୍ତ ପୂର୍ବରୁ ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ୫ଟି ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ନ୍ୟୁଜିଲାଣ୍ଡ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ୧୨ରୁ ଜାନୁୟାରୀ ୭ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ପୁଣି ଭାରତ ସିରିଜ ପରେ ନ୍ୟୁଜିଲାଣ୍ଡ ପୁଣି ଅଷ୍ଟ୍ରେଲିଆ ଗସ୍ତ କରି ମାର୍ଚ୍ଚ ୧୩ରୁ ୨୦ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହାପରେ ମାର୍ଚ୍ଚ ୨୪ରୁ ୨୯ ତାରିଖ ମଧ୍ୟରେ ନ୍ୟୁଜିଲାଣ୍ଡ ଆଉ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।

Share