କାଲିଫର୍ନିଆ,୮।୧୧: ଭାରତ-କାନାଡା ସମ୍ପର୍କ ସୁଧୁରିନାହିଁ। ଏଥି ସହିତ ଆମେରିକାରେ ମଧ୍ୟ ସ୍ପଷ୍ଟ ହୋଇଛି ଯେ, ନୂତନ ରାଷ୍ଟ୍ରପତି କିଏ ହେବେ। ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ମଧ୍ୟରେ ଟେସଲା ସିଇଓ ତଥା ବିଲିୟନେୟାର ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ବର୍ଷିଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର ୨୦ କିମ୍ବା ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା କାନାଡାର ଫେଡେରାଲ ନିର୍ବାଚନରେ ତାଙ୍କର ପତନ ହେବାର ପୂର୍ବାନୁମାନ କରିଛନ୍ତି। ଆସନ୍ତା ନିର୍ବାଚନରେ ଟ୍ରୁଡୋଙ୍କ ଖେଳ ସମାପ୍ତ ହେବ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟର ଉତ୍ତରରେ ମସ୍କ କହିଛନ୍ତି।
୨୦୧୩ଠାରୁ ଲିବରାଲ ପାର୍ଟିର ନେତୃତ୍ୱ ନେଉଥିବା ଟ୍ରୁଡୋଙ୍କ ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ଟ୍ରୁଡୋ ଏବେ ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି। ତାଙ୍କ ପାଇଁ ଏହି ନିର୍ବାଚନ ଜିତିବା ବେଶ୍ କଠିନ ହୋଇପାରେ।