Categories: ଜାତୀୟ

ଆସନ୍ତା ନିର୍ବାଚନରେ ସମସ୍ତ ୧୫ ଆସନରେ ଲଢିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ହେବାକୁଥିବା ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ବାତାବରଣ ହେଲାଣି ସରଗରମ। ତେବେ ଏଥର ଜେଡି(ଏସ୍‌) ସମସ୍ତ ୧୫ଟି ଆସନରେ ଏକାକି ଲଢିବ ବୋଲି କହିଛନ୍ତି ଏଚ୍‌ ଡି ଦେବଗୌଡା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେବଗୌଡାଙ୍କ ପୁଅ ଏଚ୍‌ ଡି କୁମାରସ୍ବାମୀ କଂଗ୍ରେସଠାରୁ ଯେଉଁଭଳି ଭାବେ ଅଲଗା ହୋଇଛନ୍ତି ଏଥର ସେ ସେମିତି ହେବାକୁ ଦେବେ ନାହିଁ ବୋଲି କହିଛନ୍ତି। ସେଥିପାଇଁ ଆସନ୍ତା ନିର୍ବାଚନରେ ଜେଡି(ଏସ୍‌) ଏକାକି ଲଢିବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ସହ ମେଣ୍ଟ କରି କୁମାରସ୍ବାମୀ ସରକାର ଯେଭଳି ଭାବେ ଶେଷରେ ଆସ୍ଥା ଭୋଟରେ ହାରିଥିଲା ତାକୁ ଏପର୍ଯ୍ୟନ୍ତ ଭୁଲିପାରୁ ନାହାଁନ୍ତି କୁମାରସ୍ବାମୀ।

Share