Categories: ଜାତୀୟ

ମାଘି ଗଣେଶ ଉତ୍ସବ ପାଳନ କରିବ ନାହିଁ ଜିଏସ୍‌ବି ମଣ୍ଡଳ

ମୁମ୍ବାଇ,୨୬।୫: ମୁମ୍ବାଇର ଧନୀ ଗଣପତି ମଣ୍ଡପ ମଧ୍ୟରୁ ଅନ୍ୟତମ ଜିଏସ୍‌ବି ସର୍ବଜୈନିକ ଗଣେଶୋତ୍ସବ ସମିତି। ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ଗଣେଶ ଚତୁର୍ଥୀ ଉତ୍ସବକୁ ଏହି ମଣ୍ଡପ ପାଳନ କରିବ ନାହିଁ ବୋଲି ମଙ୍ଗଳବାର ପ୍ରକାଶ କରିଛି। ଫେବୃୟାରୀ ୧୫, ୨୦୨୧ରେ ମାଘି ଗଣେଶ ଚତୁର୍ଥୀ ଆରମ୍ଭ ହେଉଥିଲା ବେଳେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ପାଳନ ନ କରିବାକୁ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜିଏସ୍‌ବି ମଣ୍ଡଳର ଗଣେଶ ପୂଜା ଦେଖିବାକୁ ଆସିଥାଆନ୍ତି।

Share