ଆସନ୍ତା ବର୍ଷ ପରଦାକୁ ଆସିବ ‘ସତ୍ୟମେବ ଜୟତେ ୨’

ମୁମ୍ବାଇ: ଗତବର୍ଷ ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ ଅଗଷ୍ଟ ୧୫ରେ ରିଲିଜ୍‌ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏବେ ଏହାର ସିକ୍ୟୁଏଲ ତିଆରି ହେବାକୁ ଯାଉଛି। ଆସନ୍ତା ଅଗଷ୍ଟରେ ଜନ୍‌ଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ‘ସତ୍ୟମେବ ଜୟତେ ୨’କୁ ନେଇ ଏବେଠାରୁ ଏହାର ରିଲିଜ୍‌ ଡେଟ୍‌ ଫାଇନାଲ୍‌ ହୋଇଯାଇଛି। ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ଏହା ଫ୍ଲୋରକୁ ଆସିବ। ଚଳିତ ବର୍ଷ ନଭେମ୍ବରରେ ଏହାର ଶୁଟିଂ ଆରମ୍ଭ ହେବ। ତେବେ ‘ସତ୍ୟମେବ ଜୟତେ ୨’ରେ ଅଭିନେତା ଜନ୍‌ ଆବ୍ରାହମ୍‌ ପୁଣିଥରେ ଦେଶଭକ୍ତିର କଥା କହିବେ।

Share