ଆସନ୍ତା ବର୍ଷ ବିବାହ କରିବେ ନେହା

ବମ୍ବେ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିହଙ୍କୁ ସେ ବିବାହ କରିବେ। ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ସେ ହାତକୁ ଦୁଇହାତ ହେବେ। ନିକଟରେ ଏକ ସାକ୍ଷାତକାରରେ ନେହା ପ୍ରଶଂସକଙ୍କୁ ଏହା କହିଛନ୍ତି। ଅତ୍ୟନ୍ତ ଗୋପନୀୟ ଭାବେ ପୁଣେରେ କେବଳ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହେବ। ସମସ୍ତଙ୍କ ଭଳି ନିଜ ବିବାହକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ନେହା। ସେଥିପାଇଁ ତ ସେ ଶାଢ଼ୀ ପିନ୍ଧିବାକୁ ଯୋଜନା କରିସାରିଲେଣି।

ନେହାଙ୍କ ଅଭିନୟ ଜୀବନକୁ ଯଦି ଦେଖାଯାଏ,ତେବେ ସେ ତାମିଲ, ତେଲୁଗୁ, ମରାଠୀ ଏବଂ ମାଲାୟାଲାମ ଫିଲ୍ମରେ କାମ କରିଛନ୍ତି। ଏଥିସହ ବଲିଉଡ୍‌ ଫିଲ୍ମ ପ୍ୟାର କୋଇ ଖେଲ ନେହିଁ, ଦାଗ: ଦ ଫାୟାର, ଦିବାନେ ଆଦିରେ ସେ ଅଭତନୟ କରି ଚର୍ଚ୍ଚିତ ହୋଇଛନ୍ତି।

Share