ଆସନ୍ତା ବର୍ଷ ୭ ଜିଲାରେ କଦଳୀଚାଷୀଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ: ମନ୍ତ୍ରୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଫଳ, ଅଣ୍ଡା, ମାଂସ, କଦଳୀ ସବୁ ଆନ୍ଧ୍ରରୁ ଆସୁଛି। ୨୦ ଲକ୍ଷ ମେଟ୍ରିକ ଟନ୍‌ କଦଳୀର ଚାହିଦା ଥିବା ବେଳେ ୧୫ ଲକ୍ଷ ଆନ୍ଧ୍ରରୁ ଆସୁଛି। ଫଳମୂଳ ତଥା ପନିପରିବା ଚାଷକୁ ସରକାର ପୋତ୍ସାହନ ଦେଉନାହାନ୍ତି। ଖାଲି ଲେଖି ପଢ଼ିଦେଲେ ରାଜ୍ୟ ଆତ୍ମନିର୍ଭରଶୀଳ ହେବ ନାହିଁ। ସେଥିପାଇଁ ସ୍ବତନ୍ତ୍ର ତାଲିମ ଦେବା ସହ କଦଳୀ, ପନିପରିବା, ଫଳ ଚାଷ କରିବା ଲାଗି ସରକାର ଆନ୍ତରିକତା ଦେଖାଇବା ଦରକାର। କଦଳୀ ଚାଷକୁ ନେଇ ବୁଧବାର ପ୍ରଶ୍ନୋତ୍ତର ବେଳେ ବିରୋଧୀ ଦଳର ସଭ୍ୟମାନେ କୃଷି ଓ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁଙ୍କୁ ହଲ୍ଲାପଟା କରିଥିଲେ। କେବଳ ବିରୋଧୀ ନୁହନ୍ତି ଶାସକ ଦଳର ସଭ୍ୟ ମଧ୍ୟ ରାଜ୍ୟରେ କଦଳୀ ଚାଷ ଓ ଉତ୍ପାଦନ କମିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ମନ୍ତ୍ରୀ କହିଥିଲେ ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟ କଦଳୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଯିବ। ୨୦୨୦-୨୧ ଆର୍ଥିକ ବର୍ଷରୁ ରାଜ୍ୟ ଯୋଜନାରେ ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାରେ କଦଳୀ ଉତ୍ପାଦନ ବୃଦ୍ଧି ଲାଗି ହେକ୍ଟର ପ୍ରତି ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

Share