Categories: ବାଣିଜ୍ୟ

ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ,୧୦-୧: ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାରତ ଗସ୍ତ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି। ଏହାବାଦ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ, ଶିଳ୍ପ ବିଶେଷଜ୍ଞଙ୍କୁ ସେ ଭେଟିବେ ବୋଲି ସୁଚନା ରହିଛି। ନୂଆଦିଲ୍ଲୀରେ ଜାନୁୟାରୀ ୧୫-୧୬ ରେ ଅନୁଷ୍ଟିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ବେଜୋସ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପ୍ରତିନିଧିଙ୍କୁ ଭେଟିବେ। ବର୍ତ୍ତମାନ ଆମାଜନର ଅଭିବୃଦ୍ଧି ଭାରତରେ ଉନ୍ନତ ରହିଛି। ଏଭଳି ସ୍ଥିତିରେ ଭାରତରେ ଅନ୍‌ଲାଇନ ଇ-କମର୍ସ ସାଇଟଗୁଡିକ ବେଆଇନ କାରବାରରେ ଲିପ୍ତ ରହି ବଡ ପରିମାଣର ରିହାତି ଦେଉଥିବାରୁ ଏହା ଦ୍ୱାରା ଅନ୍ୟ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ଆସୁଛି। ଭାରତ ବଜାରରେ ନିୟାମକ ପ୍ରସଙ୍ଗ ଉପରେ ସେ ଆଲୋଚନା କରିବେ ବୋଲି କୁହାଯାଇଛି। ଏ ନେଇ ଆମାଜନର ମତାମତ ଲୋଡାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share