ଆସନ୍ତା ୧୦ରୁ ପବିତ୍ର ଝୁଲଣ ଯାତ୍ରା: ମଠ, ମନ୍ଦିରରେ ଚାଲିଛି ସାଜସଜା

ପୁରୀ ଅଫିସ, ୬ା୮: ଆସନ୍ତା ୧୦ତାରିଖରୁ ପବିତ୍ର ଝୁଲଣ ଯାତ୍ରା। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହେଉଥିବା ଏହି ଝୁଲଣ ଯାତ୍ରା ପ୍ରତିପଦ ଯାଏ ୭ଦିନ ଧରି ଚାଲିବ। କିନ୍ତୁ ଅନ୍ୟାନ୍ୟ ମଠ ମନ୍ଦିରରେ କେଉଁଠି ୭ଦିନ ତ ଆଉ କେଉଁଠାରେ ୫ଦିନ ଧରି ଏହା ଅନୁଷ୍ଠିତ ହେବ। ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ। ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧାଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ଭଜନ, କୀର୍ତ୍ତନରେ ଉଛୁଳି ଉଠେ ମଠ, ମନ୍ଦିର। ଏଥିପାଇଁ ପ୍ରସ୍ତୁତି ପ୍ରାୟ ସରି ସରି ଆସୁଛି। କେଉଁଠି ଝୁଲଣ କୁଞ୍ଜକୁ ସଜାଯାଉଛି ତ ଆଉ କେଉଁଠାରେ ଦୋଳିକୁ ଆକର୍ଷଣୀୟ କରିବା ଲାଗି କାମ ଚାଲିଛି।

 

Share