ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହା ନୀତୀଶ ସରକାରଙ୍କ ଅପାରଗତା ଦର୍ଶାଇ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଇଛି। ସୂଚନାଯୋଗ୍ୟ, କିଛିଦିନ ହେବ ବିହାରରେ ଗୋଟିଏ ପଟେ ମସ୍ତିଷ୍କ ଜ୍ୱରରେ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ପାଖାପାଖି ଶହେ ଜଣଙ୍କ ମୃତ୍ୟୁ ହେଲାଣି। ଯାହା ବିହାର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।