ପୁରୀ ଅଫିସ, ୮।୪: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନ ଯାତ୍ରାରେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଏଥିସହ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ମଧ୍ୟ ଜଳକ୍ରୀଡ଼ା କରିବେ। ଏହି ଉପଲକ୍ଷେ ଠାକୁରଙ୍କ ନନ୍ଦା ଓ ଭଦ୍ରା ଚାପ ନିର୍ମାଣ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି। ପରମ୍ପରାନୁଯାୟୀ ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ବୁଡ଼ିଯାଇଥିବା ୫ଟି ଡଙ୍ଗାକୁ କଢ଼ାଯିବା ପ୍ରକ୍ରିୟା ଜାରି ରହିଛି। ଖବର ଲେଖାଯିବା ସୁଦ୍ଧା ୩ଟି ଡଙ୍ଗା କଢ଼ାଯାଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିରର ଭୋଇ ସେବକମାନେ ବୁଧବାର ଡଙ୍ଗାଗୁଡ଼ିକୁ ଉପରକୁ ଉଠାଇଛନ୍ତି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ସେବକମାନେ ଡଙ୍ଗାଗୁଡ଼ିକୁ ପାଣିରୁ ବାହାର କରିଥିବା ସୂଚନା ମିଳିଛି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ