ହାଇଦ୍ରାବାଦ,୨୩।୫: ଆନ୍ଧ୍ର ପ୍ରଦେଶ ବିଧାନସଭା ଲାଗି ଚାଲିଥିବା ଭୋଟ ଗଣତିରେ ଏବେ ସୁଦ୍ଧା ଓ୍ବାଇଏସ୍ଆର୍ କଂଗ୍ରେସ ଦଳ ପାଖାପାଖି ୧୪୯ ଆସନରେ ଆଗୁଆ ଥିବା ବେଳେ ବହୁମତ ହାସଲ କରିବା ଲକ୍ଷ୍ୟରେ ରହିଛି ଦଳ। ଏହି ସମୟରେ ଆସନ୍ତା ୩୦ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଓ୍ବାଇଏସ୍ ଜଗନମୋହନ ରେଡ୍ଡି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରିଛନ୍ତି ଦଳର ନେତା ଉମାରେଡ୍ଡି ଭେଙ୍କଟେଶ୍ୱରେଲୁ।