ଆସନ୍ତା ୩୧ ପର୍ଯ୍ୟନ୍ତ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ବାତିଲ

କେନ୍ଦୁଝର,୨୫।୫(ସ୍ବ.ପ୍ର.): ରେଳପଥ ଦୋହରିକରଣ ଲାଗି କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌କୁ ଶନିବାରଠାରୁ ବାତିଲ କରାଯାଇଛି। ଏଥିସହ ଭୁବନେଶ୍ୱରରୁ କେନ୍ଦୁଝର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ମଧ୍ୟ ବାତିଲ ହୋଇଥିବା ଜଣାପଡ଼ିଛି। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କପିଳାଶ ରୋଡ୍‌ ଓ ଶାଳ ଗାଁ ଷ୍ଟେସନ ମଧ୍ୟରେ ରେଳଧାରଣା ଦୋହରିକରଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।

Share