Categories: ଫୁରସତ

ଆସାଇନ୍‌ମେଣ୍ଟ ବଦଳରେ ଚିରା କାଗଜ ଦେଇ ଛାତ୍ର ପାଇଲେ ‘ଏ’ ଗ୍ରେଡ୍‌, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସ୍କୁଲ,କଲେଜରେ ପଢ଼ିବା ସମୟରେ ଆପଣଙ୍କୁ ଆସାଇନ୍‌ମେଣ୍ଟ ଲେଖିବାକୁ କୁହାଯାଇଥିବ ନିଶ୍ଚିତ। ଅଧିକ ନମ୍ବର ପାଇବା ପାଇଁ ଦିନରାତି ଏକ କରି ଆସାଇନ୍‌ମେଣ୍ଟ ଲେଖିବାକୁ ପଡ଼ିଥାଏ। କିନ୍ତୁ ଜଣେ ଛାତ୍ର ତାଙ୍କ ଶିକ୍ଷୟିତ୍ରୀଙ୍କୁ କିଛି ଚିରା କାଗଜର ଆସାଇନ୍‌ମେଣ୍ଟ ଧରାଇଥିଲେ ମଧ୍ୟ ତାଙ୍କୁ ପୂର୍ଣ୍ଣ ମାର୍କ ମିଳିଛି। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୧୯ ବର୍ଷୀୟ ଏମି ହାଗା ‘ମି’ ୟୁନିଭରସିଟି ନିଞ୍ଜା କ୍ଲବ ମେମ୍ବର। ତାଙ୍କୁ ନିଞ୍ଜା ସଂସ୍କୃତି ଉପରେ ଆସାଇନ୍‌ମେଣ୍ଟ ଲେଖିବାକୁ ଶିକ୍ଷୟିତ୍ରୀ କହିଥିଲେ। ଶିକ୍ଷୟିତ୍ରୀ ୟମାଦା ଶପଥ ବି କରିଥିଲେ ନିଜ ଦକ୍ଷତା ଅନୁଯାୟୀ ଲେଖିଲେ ଏଥିପାଇଁ ତାଙ୍କୁ ଅଧିକ ନମ୍ବର ମିଳିବ।

ଏଣୁ ଏମି ଆସାଇନ୍‌ମେଣ୍ଟ ଲେଖିବାକୁ ଉତ୍ସାହିତ ହୋଇ ଭିନ୍ନ ଧରଣର କାଳି ପ୍ରସ୍ତୁତ କରିଥିଲେ। ଯେତେବେଳେ ଏମି ଆସାଇନ୍‌ମେଣ୍ଟ ଦେଲେ ସେତେବେଳେ ଚିରା କାଗଜରେ ଏକ ମେସେଜ୍‌ କୋର୍ଡ ଥିଲା। ଯେଉଁଥିରେ ଲେଖାଥିଲା ପଢ଼ିବା ପୂର୍ବରୁ ଏହାକୁ ନିଆଁ ନିକଟକୁ ନେଇଯିବେ। ଏହା ପରେ ଦେଖିବେ କ’ଣ ହେଉଛି। ଏମିଙ୍କ କହିବା ଅନୁସାରେ, ଶିକ୍ଷୟିତ୍ରୀ କାଗଜଟିକୁ ଷ୍ଟୋଭ୍‌ ନିକଟକୁ ନେଇଗଲେ।

ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାଗଜଟିକୁ ନିଆଁରେ ଦେଖାଇବା ପରେ ପାଣିରେ ପକାଇବାରୁ ଏଥିରୁ ଏକ ପେଷ୍ଟ ମିଳିଲା ଯେଉଁଥିରେ ଏମି କାଳି ତିଆରି କରିଥିଲେ। ତେଣୁ ଶିକ୍ଷୟିତ୍ରୀ ଜଣକ ଏମିଙ୍କ ଏପରି ବୁଦ୍ଧିକୁ ପ୍ରଶଂସା କରିବା ସହିତ କିଛି ନ ଲେଖିଥିଲେ ମଧ୍ୟ ‘ଏ’ ଗ୍ରେଡ୍‌ର ମାର୍କ ଦେଇଛନ୍ତି।

Share