ଆସାନସୋଲ୍‌ରେ ଭାଜପାକର୍ମୀଙ୍କ ଉପରେ ଲାଠି ଚାର୍ଜ

କୋଲକତା, ୨୯।୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅଶାନ୍ତ ହୋଇଛି ଆସାନସୋଲ୍‌। ଏଠାରେ କେତେକ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇ ନାହାଁନ୍ତି। ସେ ସବୁ ବୁଥ୍‌ ଗୁଡ଼ିକ ମଧ୍ୟରେ ୧୦୩. ୧୦୪. ୧୦୬ ଏବଂ ୧୦୭ ରହିଛି। ପୂର୍ବରୁ ଏଠାରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଥିଲେ ମଧ୍ୟ ରାତାରାତି ଏହାକୁ ବଦଳ କରି ମହିଳା ପୋଲିସଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଏପରି କରିଥିବା ବାବୁଲ ସୁପ୍ରିୟୋ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ଏଠାରେ ଭାଜପା ଏବଂ ତୃଣମୂଳ ସମର୍ଥ ମୁହାଁମୁହିଁ ହୋଇଛନ୍ତି। ଏଠାରେ ଭାଜପା କର୍ମୀଙ୍କ ଉପରେ ଲାଠି ଚାର୍ଜ କରାଯାଇଥିବା କୁହାଯାଉଛି।

Share