ଆସାମକୁ ୫୦ହଜାର ପିପିଇ କିଟ୍‌ ପଠାଇଲା ଚାଇନା

ଗୁଆହାଟୀ,୧୬।୪(ପି.ଟି.): କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନାରୁ ଆସାମକୁ ଆସିଛି ୫୦ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍‌। କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉତ୍ତରପୂର୍ବାଞ୍ଚଳର ଏହି ରାଜ୍ୟ ପ୍ରଥମ ଥର ପାଇଁ ପିପିଇ କିଟ୍‌ ଆମଦାନୀ କରିଛି। ବୁଧବାର ସନ୍ଧ୍ୟାରେ ଗୁଆହାଟୀସ୍ଥିତ ଲୋକପ୍ରିୟ ଗୋପିନାଥ ବୋର୍ଡୋଲି ଆନ୍ତର୍ଜାତିକ ବିମାନବନ୍ଦରରେ ଏହି କିଟ୍‌ ପହଞ୍ଚତ୍ଛି। ସୂଚନା ଅନୁଯାୟୀ ଭାରତ ୧୫ନିୟୁତ ପିପିଇ କିଟ୍‌ ଚାଇନା ସମତେ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ ପାଇଁ ବରାଦ କରିଥିଲା। ବିଭିନ୍ନ ରାଜ୍ୟର ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ ବରାଦ ଉପକରଣ ପଠାଯାଉଛି। ଏହା ଭାରତ ଓ ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ବେଜିଂରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରୀ ଆଶାବ୍ୟକ୍ତ କରିଛନ୍ତି।

Share