ଗୁଆହାଟୀ, ୨୧ା୭(ପି.ଟି.) : ଆସାମ୍ରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ଆତଙ୍କ ଖେଳାଇଛି। ଶନିବାର ଏଥିରେ ପୁଣି ୪ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧୦୧ରେ ପହଞ୍ଚିଛି। ଉଦଲ୍ଗୁଡ଼ିି, ବାକ୍ସା, ଗୋଲାଘାଟ୍ ଓ କର୍ବି ଆଙ୍ଗ୍ଲଙ୍ଗ୍ରେ ଜଣେ ଲେଖାଏ ମୃତ୍ୟୁବରଣ କରିଥିବା ଏନ୍ଏଚ୍ଏମ୍(ଜାତୀୟ ସ୍ବାସ୍ଥ୍ୟ ମିଶନ) ବୁଲେଟିନ୍ରେ କୁହାଯାଇଛି। ଜାପାନିଜ୍ ଏନ୍ସେଫାଲାଇଟିସ୍ ପଜିଟିଭ୍ ମାମଲା ଏବେ ୪୩୯ରେ ପହଞ୍ଚିଛି। ରାଜ୍ୟରେ ଏଇଏସ୍(ଆକ୍ୟୁଟ୍ ଏନ୍ସେଫାଲାଇଟିସ୍) ଓ ଜେଇ(ଜାପାନିଜ୍ ଏନ୍ସେଫାଲାଇଟିସ୍) ରୋଗକୁ ମିଶାଇ ଗତ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ୨୨୨ ଲୋକଙ୍କ ଜୀବନ ଯାଇଥିବା ଏନ୍ଏଚ୍ଏମ୍ ଦର୍ଶାଇଛି।