Categories: ଜାତୀୟ

ଆସାମରେ ବନ୍ୟା ପରିସ୍ଥିତି: ୪.୨୩ ଲକ୍ଷ ଲୋକ ବିସ୍ଥାପିତ

ଗୁଆହାଟି,୧୨।୭: ଉତ୍ତର ଭାରତରେ ଅନେକ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଉପୁଜିଛି। ଆସାମର ୩୩ଜିଲା ମଧ୍ୟରୁ ୧୭ଟି ଜିଲାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡିଛି। ଏହିସବୁ ଜିଲାର ୪.୨୩ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି। ବ୍ରହ୍ମପୁତ୍ର ନଦୀ ଏବଂ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବନ୍ୟା କାରଣରୁ ୧୬,୭୩୦,୭୨ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ଏବେ ସୁଦ୍ଧା ୧୯ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି।

Share