ଗୁଆହାଟି, ୧୮।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାର୍ ଚୋର୍ ହୈ’ କହି ଥଟା କରିଥିଲେ। ମୋଦି ଅତ୍ୟନ୍ତ ଚତୁରତାର ସହ ସେହି ଚୌକିଦାର ଶବ୍ଦ ବ୍ୟବହାର କରି ‘ମେ ଭି ଚୌକିଦାର’ ହଁୁ କ୍ୟାମ୍ପେନ୍ ଆରମ୍ଭ କରିଥିଲେ। ଏହି ସ୍ଲୋଗାନ୍ରେ ପ୍ରଭାବିତ ହୋଇ ଆସାମରେ ଶିକ୍ଷକମାନେ ନିଜ ନାମ ଆଗରୁ ଡ୍ରାଇଭର୍ ଯୋଡିଛନ୍ତି। ସୂଚନାଯୋଗ୍ୟ, ଆସାମ ଶିକ୍ଷାମନ୍ତ୍ରୀ ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟ କିଛିଦିନ ତଳେ କହିଥିଲେ, ଯେଉଁ ଶିକ୍ଷକମାନେ ପାଞ୍ଚ ବର୍ଷ ପୂର୍ବରୁ ନିଜ ଟିଚିଂ ସାର୍ଟିଫିକେଟ୍ ହାସଲ କରିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ପରି ସେମାନେ ପ୍ରତି ପାଞ୍ଚବର୍ଷରେ ଉକ୍ତ ସାର୍ଟିଫିକେଟ୍କୁ ରିନିୟ୍ୟୁ କରିବାକୁ ପଡିବ। ସୋମବାର ହଜାର ହଜାର ଶିକ୍ଷକ ଜିଲ୍ଲା ମୁଖ୍ୟାଳୟରେ ଏହାକୁ ବିରୋଧ ପ୍ରଦର୍ଶନ କରିଥିଲେ। ଶିକ୍ଷାମନ୍ତ୍ରୀ ଡ୍ରାଇଭିଂ ଲାଇସେନ୍ସ ସହ ଠିକା ଶିକ୍ଷକଙ୍କୁ ତୁଳନା କରି ଅପମାନ କରିଛନ୍ତି ବୋଲି ଶିକ୍ଷକମାନେ କରିଛନ୍ତି।