Categories: ବାଣିଜ୍ୟ

ଆସାମରେ ୧୩ ହଜାର କୋଟି ନିବେଶ କରିବ ଓଏନ୍‌ଜିସି

ନୂଆଦିଲ୍ଲୀ,୧୨-୯: ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଆସାମରେ ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନୀ ଆସନ୍ତା ୫ ବର୍ଷରେ ରାଜ୍ୟରେ ୨୨୦ ତୈଳ କୂପ ଖୋଳିବ। କମ୍ପାନୀ ପକ୍ଷରୁ ବୁଧବାର ଏ ସମ୍ପର୍କରେ ଉଲ୍ଲେଖ କରି କୁହାଯାଇଛି ଯେ, ଆସାମରେ ତୈଳ ଖୋଜିବା ଏବଂ ଉତ୍ପାଦନ ଗତିବିଧିକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଓଏନ୍‌ଜିସି ଦେଶର ଅଶୋଧିତ ତୈଳ ନିର୍ଭରତା ୧୦ ପ୍ରତିଶତ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟକୁ ପୂରା କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ବୋଲି ବୟାନରେ କୁହାଯାଇଛି।

Share