Categories: ଜାତୀୟ

ଆସାମରେ ୧୯ ଲକ୍ଷ ୯୬ ହଜାର ଭୂତ ଅଙ୍ଗନଓ୍ବାଡ଼ି ହିତାଧିକାରୀ ଖାଉଛନ୍ତି ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,୨୨।୯: ଦେଶରେ ଗର୍ଭବତୀ ଏବଂ ଶିଶୁ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୪ ଲକ୍ଷ ଅଙ୍ଗନଓ୍ବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ଏହାଦ୍ୱାରା ୧୦ କୋଟି ହିତାଧିକାରୀ ଉପକୃତ ହୋଇପାରୁଛନ୍ତି। ତେବେ ଆସାମରେ ଥିବା ବିଭିନ୍ନ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ୧୯ ଲକ୍ଷ ୯୬ ହଜାର ଭୂତ ହିତାଧିକାରୀ ରନ୍ଧା ଖାଦ୍ୟ ଖାଇବା ସହିତ ମାସିକ ଖାଦ୍ୟ ପଦାର୍ଥ ନେଉଥିବା ଜଣାପଡ଼ିଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ କରାଯାଇଥିବା ଏକ ଆବେଦନ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାଯାଇଛି। ରାଜ୍ୟରେ ୬୨, ୧୫୩ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି। ସେସବୁ କେନ୍ଦ୍ରରେ ୩୬,୨୪,୯୭୩ ଜଣ ହିତାଧିକାରୀଙ୍କୁ ପଞ୍ଜିକରଣ କରାଯାଇଛି। ସେମାନଙ୍କ ମଧ୍ୟରେ ୫,୯୪, ୨୯୬ ଜଣ ଗର୍ଭବତୀ ଏବଂ ପ୍ରସୂତୀ ରହିଛନ୍ତି। ଘଟଣା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।

Share