Categories: ଜାତୀୟ

ଆସାମର ୨ ଜିଲାରେ ବୋମା ବିସ୍ଫୋରଣ

ଗୁଆହାଟୀ,୨୬।୧: ସାଧାରଣତନ୍ତ୍ର ଦିବସରେ ଆସାମର ୨ ଜିଲାରେ ୩ଟି ବୋମା ବିସ୍ଫୋରଣ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ ଏବଂ ଚରାଇଦେବ ଜିଲାରେ ରବିବାର ସକାଳେ ବୋମା ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ଦିବ୍ରୁଗଡ଼ ଜିଲାରେ ୨ଟି ବୋମା ବିସ୍ଫୋରଣ ହୋଇଥିଲା। ଦିବ୍ରୁଗଡ଼ର ଗ୍ରାହାମ ବଜାରର ଜାତୀୟ ରାଜପଥ ୩୭ ନିକଟରେ ଥିବା ଏକ ଦୋକାନ ଘରେ ଏବଂ ଗୁରୁଦ୍ୱାରା ପାଖରେ ବୋମା ବିସ୍ଫୋରଣ ହୋଇଛି। ଏହାର କିଛି ସମୟ ପରେ ଚରାଇଦେବ ଜିଲାର ସୋନାରୀ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ପ୍ରଶାସନ କହିଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ତଥା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share