Categories: ଜାତୀୟ

ଆସାମ ଏନ୍‌ଆର୍‌ସି: କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଆସାମ ଏନ୍‌ଆର୍‌ସି ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାର ପୁନଃ ଯାଞ୍ଚ୍‌ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ପୂର୍ବରୁ ଏଥିପାଇଁ ଧାର୍ଯ୍ୟ ହୋଇଥିବା ରିପୋର୍ଟ ଦାଖଲର ଅନ୍ତିମ ତାରିଖକୁ ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସୁପ୍ରିମ୍‌କୋର୍ଟ ବର୍ଦ୍ଧିତ କରିଥିଲେ। କମ୍‌ ସମୟ ମଧ୍ୟରେ ବୈଧ ବ୍ୟକ୍ତିଙ୍କୁ ତାଲିକାରେ ପଞ୍ଜିକରଣ କରାଯିବା ସହିତ ଅବୈଧ ଭାବେ ଭାରତରେ ବାସ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ହଟାଯିବା ସମ୍ଭବ ନ ହେବନି ବୋଲି କେନ୍ଦ୍ର ସରକାର କୋର୍ଟରେ ଆବେଦନ କରିଥିଲେ। ତେବେ ଧାର୍ଯ୍ୟ ତାରିଖକୁ ବଢ଼ାଇବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

Share