Categories: ଜାତୀୟ

ଆସାମ ଏନ୍‌ଆର୍‌ସି ସଂଯୋଜକଙ୍କ ବିରୋଧରେ ମାମଲା ଦାଏର: ଜାଣିଶୁଣି ତାଲିକାରୁ ନାମ ବାଦ୍‌ ଦେଇଥିବା ଅଭିଯୋଗ

ଗୁଆହାଟୀ,୫।୯: ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ୨ଟି ମାମଲା ଦାଏର ହୋଇଛି। ସେ ଜାଣିଶୁଣି ତାଲିକାରୁ ଲୋକଙ୍କ ନାମ ବାଦ୍‌ ଦେଇଥିବା ଅଭିଯୋଗ ହୋଇଛି। ଆସାମ ଗୋରିୟା ମୋରିୟା ଯୁବା ଛାତ୍ର ପରିଷଦ ପକ୍ଷରୁ ପ୍ରଥମ ମାମଲା ଗୁଆହାଟୀରେ ଦାଏର ହୋଇଛି। ସେହିପରି ଦ୍ୱିତୀୟ ମାମଲାଟି ଦିବ୍ରୁଗଡ଼ ଜିଲାର ଚନ୍ଦନ ମଜୁମଦାର୍‌ ଦାଏର କରିଛନ୍ତି। ପ୍ରତୀକ ଜାଣିଶୁଣି ତାଙ୍କ ନାମକୁ ତାଲିକାରୁ ବାଦ୍‌ ଦେଇଥିବା ଚନ୍ଦନ ଅଭିଯୋଗ କରିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share