ନୂଆଦିଲ୍ଲୀ,୧୧।୩: ଆସାମ ଡିଟେନ୍ଶନ୍ ସେଣ୍ଟରରେ ୮୦୨ ଲୋକଙ୍କୁ ବନ୍ଦ ରଖାଯାଇଛି। ଏନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ଲୋକ ସଭାରେ ସୂଚନା ଦେଇଛନ୍ତି। ୨୦୨୦ ମାର୍ଚ୍ଚ ୬ ସୁଦ୍ଧା ଏଭଳି ସ୍ଥିତି ଥିତ୍ବା ସେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି। ଦେଶରେ ଏନ୍ଆର୍ସି ଲାଗୁ କରିବା ପାଇଁ ସମ୍ପ୍ରତି ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି। ୨୦୧୫ରେ ଭାରତ-ବାଂଲାଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୧୪,୮୬୪ ବାଂଲାଦେଶୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଆସାମରେ ଡିଟେନ୍ଶନ୍ ସେଣ୍ଟର ଥିବାନେଇ ବାରମ୍ବାର ପ୍ରଶ୍ନ ଉଠୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନ ସଭାରେ କହିଥିଲେ ଯେ, ଆସାମରେ କୌଣସି ଡିଟେନ୍ଶନ୍ ସେଣ୍ଟର ନାହିଁ। ତେବେ ପରେ ଆସାମରେ ଡିଟେନ୍ଶନ୍ ସେଣ୍ଟର ଥିବା ସରକାର ସ୍ବୀକାର କରିଥିଲେ।