Categories: ଜାତୀୟ

ଆସାମ-ତ୍ରିପୁରାରେ ସ୍ଥିତି ଅସମ୍ଭାଳ: ସେନା ସହାୟତା ଲୋଡିଲା ପ୍ରଶାସନ

ଗୁଆହାଟି/ଅଗରତାଲା,୧୧।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହିତ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଜାରି ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେନା ସହାୟତା ଲୋଡାଯାଇଛି। ସେନା ମୁଖ୍ୟାଳୟ ଏବଂ ଫିଲ୍ଡ୍‌ କମାଣ୍ଡର୍ସ ପକ୍ଷରୁ ଉତ୍ତର-ପୂର୍ବ ରାଜ୍ୟରେ ଏହି ବିଲ୍‌କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆସାମର ୧୦ ଜିଲାରେ ବୁଧବାର ସନ୍ଧ୍ୟା ୭ଟାଠାରୁ ୨୪ ଲାଗି ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।

Share