ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର ପାଇଁ ଅକ୍ଷୟ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧ କୋଟି ହିସାବରେ ୨କୋଟି ଟଙ୍କା ଦାନ ଦେବେ ବୋଲି କହିଛନ୍ତି। ଟୁଇଟ୍‌ କରି ଅକ୍ଷୟ ଏହି ସୂଚନା ଦେବା ସହ ଆସାମର ଏଭଳି ପରିସ୍ଥିତିରେ ଅନ୍ୟମାନେ ମଧ୍ୟ ସହାୟତାର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଆସାମ ବନ୍ୟାରେ ଏବେ ସୁଦ୍ଧା ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଥିବା ବେଳେ ପାଖାପାଖି ୪୬ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୪ହଜାର ୧୭୫ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୯୦ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଯାଇଛି। କେବଳ ସେତିକି ନୁହେଁ ପ୍ରାୟ ୧୦ ଲକ୍ଷ ଜୀବଜନ୍ତୁ ମଧ୍ୟ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। କାଜିରଙ୍ଗା ନ୍ୟାଶନାଲ ପାର୍କର ୯୦ପ୍ରତିଶତ ବୁଡି ଯାଇଥିବାରୁ ଏଥିରେ ମଧ୍ୟ ବହୁ ଜୀବଜନ୍ତୁଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ସହାୟତା ଯୋଗାଇବା ଉଚିତ୍‌ ବୋଲି ଅକ୍ଷୟ କହିଛନ୍ତି।

Share