Categories: ଜାତୀୟ

ଆସାମ, ବିହାର ବନ୍ୟା ମୃତ୍ୟୁସଂଖ୍ୟା ୧୫୦

ନୂଆଦିଲ୍ଲୀ,୨୦ା୭(ପି.ଟି.): ବିହାର ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିବାବେଳେ ୧ କୋଟି ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୫୦ ଛୁଇଁଛି। ଦିଲ୍ଲୀ ବ୍ୟତୀତ ସମଗ୍ର ଉତ୍ତର ଭାରତରେ ସ୍ବଳ୍ପରୁ ମଧ୍ୟମ ବୃଷ୍ଟିପାତ ହୋଇଛି। ବିହାରରେ ଶୁକ୍ରବାର ସୁଦ୍ଧା ବନ୍ୟାଜନିତ ମୃତ୍ୟୁସଂଖ୍ୟା ୯୨ରେ ପହଞ୍ଚତ୍ଛି। ବନ୍ୟାଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରାଦାର କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ପଠାଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସର୍ବାଧିକ କ୍ଷତିଗ୍ରସ୍ତ ସୀତାମାଢ଼ି ଜିଲାରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ୧୨ ଜିଲାରୁ ମୋଟ ୬୬.୭୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
ସେହିପରି ଆସାମର ୨୭ ଜିଲାରୁ ୪୮.୮୭ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୪୭ରେ ପହଞ୍ଚତ୍ଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ ଏବଂ ୧.୭୯ ଲକ୍ଷ ହେକ୍ଟର କୃଷିକ୍ଷେତ୍ର ଜଳାର୍ଣ୍ଣବ ହୋଇଛି।

Share