Categories: ଜାତୀୟ

ଆସାମ ମଡେଲଙ୍କୁ ବଳାତ୍କାର: ୪ ଗିରଫ

କାନପୁର, ୧୮।୩: ଆସାମର ଜଣେ ମଡେଲ କାନପୁରରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆସିଥିବାବେଳେ ତାଙ୍କୁ ସେଠାରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୫ ସହଯୋଗୀଙ୍କ ଉପସ୍ଥିତିରେ ଏକ ପ୍ରମୁଖ କ୍ଲବର ପୂର୍ବତନ ନିର୍ଦ୍ଦେଶକ ମଡେଲଙ୍କୁ ବଳାତ୍କାର କରିଥିବା ପୋଲିସ ମଙ୍ଗଳବାର ସୂଚନା ଦେଇଛି। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତର ପୋଲିସ ଟେର୍‌ ପାଇନାହିଁ। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ରାତି ୧୦ଟାରେ ପୋଲିସ ଚଢାଉ କରିବା ଏଭଳି ଘଟଣା ସାମ୍ନାକୁ ଆସିଥିଲା। ହେଲେ ବଙ୍ଗଳାରୁ ସମସ୍ତ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିଲେ। ମାର୍ଚ୍ଚ ୧୩ରେ ମଡେଲ ଜଣକ କାନପୁରରେ ପହଞ୍ଚିଥିବା ବେଳେ ସକ୍ଷମ ସାହୁ ନାମକ ଇଭେଣ୍ଟ ଅର୍ଗାନାଇଜର ମାର୍ଚ୍ଚ ୧୫ରେ ହେବାକୁ ଥିବା କାର୍ଯ୍ୟକ୍ରମ ଲାଗି ତାଙ୍କୁ ନେଇଥିଲେ। ଇକ୍‌ବଲ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଟିକେଟ ବୁକ୍‌ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷହେବା ପରେ ବ୍ୟବସାୟୀ ଅମିତ୍‌ ଅଗ୍ରଓ୍ବାଲ ତାଙ୍କ କାର୍‌ରେ ମଡେଲଙ୍କୁ ସମୀର ଅଗ୍ରଓ୍ବାଲଙ୍କ ବଙ୍ଗଳାକୁ ନେଇଯାଇଥିଲେ। ଅମିତ୍‌ ବଳାତ୍କାର ଉଦ୍ୟମ କରିଥିବା ବେଳେ ବିରୋଧ କରିବାରୁ ନିସ୍ତୁକ ମାଡ଼ ଦିଆଯାଇଥିଲା ବୋଲି ମଡେଲ ଅଭିଯୋଗ କରିଛନ୍ତି। ପୋଲିସ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଅମତ୍‌ ଏପର୍ଯ୍ୟନ୍ତ ଫେରାର୍‌ ଅଛନ୍ତି। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଯାଇଥିବା ଏସ୍‌ପି ଅନିଲ କୁମାର କହିଛନ୍ତି।

Share