ଆସିଆନ୍‌ ଭାରତର ଅଭିନ୍ନ ଅଙ୍ଗ ଥିଲା ରହିବ: ମୋଦି

ବ୍ୟାଙ୍କକ୍‌,୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବ୍ୟାଙ୍କକ୍‌ରେ ଆୟୋଜିତ ଆସିଆନ୍‌-ଇଣ୍ଡିଆ ଶିଖର ସମ୍ମିଳନୀରେ କହିଛନ୍ତି ଆସିଆନ୍‌ ଭାରତର ଆକ୍ଟ ଇଷ୍ଟ ପଲିସିର ଅଭିନ୍ନ ଅଙ୍ଗ ହୋଇ ଥିଲା ଓ ରହିବ। ସେ କହିଛନ୍ତି ସାମୁଦ୍ରିକ ସୁରକ୍ଷା, ଏହାସହ ଯୋଡି ହୋଇଥିବା ଅର୍ଥ ବ୍ୟବସ୍ଥା ଓ ବିଭିନ୍ନ ମାନବ ସହଯୋଗକୁ ନେଇ ନିଜର ସଯୋଗକୁ ଭାରତ ଦୃଢ କରିବାକୁ ଚାହୁଁଛି। ଏହାସହ ଆସିଆନ୍‌ ଦେଶର ଭୌତିକ ଓ ଡିଜିଟାଲ ସମ୍ପର୍କ ପାଇଁ ଏକ ବିଲିୟନ ଡଲାରର ଭାରତୀୟ ଲାଇନ୍‌ ଅଫ୍‌ କ୍ରେଡିଟ୍‌ ଉପଯୋଗୀ ହେବ। ଭାରତର ଲକ୍ଷ୍ୟ ହେଉଛି ଶିକ୍ଷା, ଅନୁସନ୍ଧାନ, ବ୍ୟବସାୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଯୋଗାଇବା।

Share