Categories: ଗଞ୍ଜାମ

ଆସିକା ମହୋତ୍ସବ ଉଦ୍‌ଯାପିତ

ଆସିକା,୧୬ା୧(ଡି.ଏନ୍‌.ଏ.)-ଆସିକା କଳିଙ୍ଗାରୋଡ ନିକଟ ପଡିଆରେ ଗତ ୫ଦିନ ଧରି ଚାଲିଥିବା ଆସିକା ମହୋତ୍ସବ ବୁଧବାର ରାତିରେ ଉଦ୍‌ଯାପିତ ହୋଇଛି । ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷା ତଥା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟଅତିଥି, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା, ଭନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଆସିକା ତହସିଲଦାର ସଦାନନ୍ଦ ସେଠୀ, ବିଡିଓ ପ୍ରଶନ୍ନ କୁମାର ପାତ୍ର ସମ୍ମାନୀତ ଅତିଥି ରୂପେ ଯୋଗଦେଇ କଳା ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସହ ଭାଇଚାରା ଭାବ ପ୍ରତିଷ୍ଠା ନିମନ୍ତେ ଏହି ମହୋତ୍ସବ ହୋଇଥିଲା ବୋଲି କହିଥିଲେ । ଏହି ଅବସରରେ ମହୋତ୍ସବର ସୁପରିଚାଳନା ନିମନ୍ତେ ଯୁବନେତା ନଚିକେତା ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି କେତେକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ଅତିଥିମାନେ ସମ୍ମାନିତ କରିଥିଲେ । ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଅମିତ ମିଶ୍ରଙ୍କ ନୃତ୍ୟ ସଙ୍ଗୀତରେ ଦର୍ଶକ ବିଭୋର ହୋଇଥିଲେ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ ଦିନ ଧରି ହୋଇଥିବା ଏହି ଉତ୍ସବ ଶାନ୍ତି ଶୃଙ୍ଖଳାରେ ସରିଛି।