ଆସିଛି କରୋନା, ଆପରାଧୀକ କାର୍ଯ୍ୟ ବନ୍ଦ କର: ଆମେରିକା ପୋଲିସ

ଓ୍ବାଶିଂଟନ,୧୮।୩ : ଆମେରିକାର ୫୦ଟି ରାଜ୍ୟରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ପୋଲିସ ପକ୍ଷରୁ ଅପରାଧିଙ୍କୁ ଅପିଲ୍‌ କରାଯାଇଛି ଯେ, ଦେଶରେ କରୋନା ସକ୍ରିୟ ରହିଛି, ତେଣୁ କିଛି ଦିନ ପାଇଁ ଆପରାଧୀକ କାର୍ଯ୍ୟ ବନ୍ଦ କରିବା ଠିକ ହେବ। ଆମେରିକା ପୋଲିସର ଏଭଳି ଅପିଲ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜେଲ୍‌ରେ କଏଦୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ଆମେରିକା ପୋଲିସ ପକ୍ଷରୁ ଏପରି ମନ୍ତବ୍ୟ ଦିଆଯାଇଛି।

Share