ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ବିକ୍କି କୌଶଲ ଷ୍ଟାର କାଷ୍ଟରେ ପରଦାକୁ ଆସିଥିବା ମୁଭି ‘ରାଜି’ର ସିକ୍ୟୁଏଲ ନିର୍ମାଣ କରାଯାଇ ପାରେ ବୋଲି ଶୁଣିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶିକା ମେଘନା ଗୁଲଜାର ନିଜେ ଏହା କହିଛନ୍ତି। ‘ରାଜି’ ପରଦାରେ ଭଲ ପରଫର୍ମ କରିଥିବା ବେଳେ ୨ଶହ କୋଟି କ୍ଲବରେ ମଧ୍ୟ ସାମିଲ ହୋଇଥିଲା। ତେବେ ଏହାର ସକସେସ୍କୁ ଦେଖି ଦର୍ଶକେ ଯଦି ଚାହିଁବେ ତେବେ ମେଘନା ‘ରାଜି’ର ସିକ୍ୟୁଏଲ ନିର୍ମାଣ କରିବେ ବୋଲି କହିଛନ୍ତି। ଏବେ ଅନ୍ୟ ପ୍ରୋଜେକ୍ଟରେ ବିଜି ଥିବା ମେଘନା ଆଗାମୀ ଦିନରେ ଏହା ଉପରେ ନଜର ଦେବେ ବୋଲି ସୂଚନା ଦେଇଛନ୍ତି।