ଆସିବ ନୂଆ କୃଷି ନୀତି-୨୦୧୯

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟରେ କୃଷକମାନଙ୍କର ଆୟ ବୃଦ୍ଧି କରିବା ଏବଂ ବଜାର ସୁବିଧା କରିବା ସକାଶେ ରାଜ୍ୟ ସରକାର ଖୁବଶୀଘ୍ର ଓଡ଼ିଶା କୃଷି ନୀତି-୨୦୧୯ ଆଣିବାକୁ ଯାଉଛନ୍ତି। ଏ ନେଇ ଚିଠା ନୀତି ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ସଚିବାଳୟଠରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ନୂତନ କୃଷି ନୀତି ସକାଶେ ଆସନ୍ତା ୨ ସପ୍ତାହ ମଧ୍ୟରେ ନିଜର ମତାମତ ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବହୁମୁଖୀ ଚାଷ ସହ ଉତ୍ପାଦନକୁ ମୂଲ୍ୟଯୁକ୍ତ କରିବା ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିବା ବେଳେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ଜଳବାୟୁ ପରିବର୍ତ୍ତନ ଉପଯୋଗୀ ବିହନ ଉତ୍ପାଦନ କରିବାକୁ ପ୍ରସ୍ତାବ ଦେଇଥିଲେ । ୨୦୧୮-୧୯ରେ କୃଷି କ୍ଷେତ୍ରରେ ୭୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ୨୦୧୬-୧୭ରେ ଓଡ଼ିଶା ୧୧୭ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ କରି ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି।

Share