Categories: ଜାତୀୟ

ଆସିବ ନୂଆ ଶ୍ରମ ଆଇନ: ୪୪ ପୁରୁଣା ଆଇନକୁ ୪ ଶ୍ରେଣୀରେ କରାଯିବ ମିଶ୍ରଣ

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଶ୍ରମ ଆଇନ ଆଣିବା ପାଇଁ ଯୋଜନା କରୁଛନ୍ତି। ସଂସଦର ଆଗାମୀ ଅଧିବେଶନରେ ଏନେଇ ବିଲ୍‌ ଅଣାଯିବ ବୋଲି କୁହାଯାଉଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକେ ବୈଠକ ଅନୁଷ୍ଠିତ ହୋଇଯାଇଛି। ୪୪ଟି ପୁରୁଣା ଶ୍ରମ ଆଇନକୁ ୪ଟି ଶ୍ରେଣୀର ମିଶ୍ରଣ କରାଯାଇ ନୂଆ ଶ୍ରମ ଆଇନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। କେତେକ ପୁରୁଣା ଆଇନକୁ ହଟାଇ ଦିଆଯିବ। ନୂଆ ସରକାରଙ୍କ ପ୍ରଥମ ସଂସଦୀୟ ଅଧିବେଶନରେ ଶ୍ରମ ଆଇନ ସମ୍ପର୍କିତ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ସଂସଦର ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

Share