ଆସିମ୍‌ଙ୍କ ସମର୍ଥନରେ WWE ଷ୍ଟାର ଜନ୍‌: ଧନ୍ୟବାଦ ଜଣାଇଲେ ପ୍ରଶଂସକ

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ର ଫାଇନାଲ ଯେତେ ପାଖେଇ ଆସୁଛି, ପ୍ରତିଯୋଗୀମାନେ ସେତିକି ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଡ଼ କଳାକାର ନଚେତ ପ୍ରତିଭାବାନ ବ୍ୟକ୍ତିବିଶେଷମାନେ ଭିନ୍ନ ପ୍ରତିଯୋଗୀଙ୍କ ସମର୍ଥନରେ ମଧ୍ୟ ବାହାରୁଛନ୍ତି। ସେମାନଙ୍କ ମଧ୍ୟରୁ ଆସିମ୍‌ ରିଆଜ୍‌ଙ୍କ ସମର୍ଥନରେ ଏବେ ବାହାରିଛନ୍ତି ଡବ୍ଲୁଡବ୍ଲୁଇର ଖ୍ୟାତନାମା ରେସଲର୍‌ ଜନ୍‌ ସିନା। ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଆସିମଙ୍କ ଏକ ଫଟୋ ପୋଷ୍ଟ କରିବା ପରେ ଭାଇରାଲ ହେଉଛି। ଜନ୍‌ଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ଆସିମ୍‌ଙ୍କ ପ୍ରଶଂସକ।

ପୂର୍ବରୁ ମଧ୍ୟ ଜନ୍‌ ଭାରତୀୟ କଳାକାରଙ୍କ ଫଟୋ ନିଜ ପୃଷ୍ଠାରେ ଶେୟାର କରିଛନ୍ତି। ବଲିଉଡ ଅଭିନେତା ରଣବୀର ସିଂଙ୍କ ଫଟୋ ସେ ଇନ୍‌ଷ୍ଟାରେ ପୋଷ୍ଟ କରିଥିଲେ। ନିକଟରେ ଜନ୍‌ଙ୍କ ଫିଲ୍ମ ‘ଫ୍ଲାଇଙ୍ଗ୍‌ ଉଇଥ୍‌ ଫାୟାର୍‌’ ରିଲିଜ ହୋଇଛି। ଏଥିରେ ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରୁଛନ୍ତି।


ଅପରପକ୍ଷେ ବିଗ୍‌ବସ୍‌ ଶୋ’ ଆଉ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଶେଷ ହେବ। ଏବେ ଘରେ ସାତଜଣ ପ୍ରତିଯୋଗୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ବାହାରିବେ। ସେମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ଶୁକ୍ଳା, ଆସିମ ରିଆଜ, ଶହନାଜ ଗିଲ, ପାରସ ଛାବଡା ଏବଂ ରଶ୍ମୀ ଦେଶାଇ ଫାଇନାଲିଷ୍ଟ ହେବା ଅନୁମାନ କରାଯାଉଛି।

Share