Categories: ଜାତୀୟ

ଆସିଲାନି ଆମ୍ବୁଲାନ୍ସ୍‌: ଆହତଙ୍କୁ ଠେଲା ଗାଡ଼ିରେ ହସ୍ପିଟାଲରେ ପହଞ୍ଚାଇଲେ ୨ ପୋଲିସ

ଗୋରଖପୁର,୨୦।୧୦: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରରେ ସାଧାରଣ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ସାଧାରଣ ଲୋକଙ୍କ ପାଇଁ ଆମ୍ବୁଲାନ୍ସ୍‌ ଥିଲେ ମଧ୍ୟ ଏହା ଆବଶ୍ୟକ ସମୟରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି। ସ୍ଥାନୀୟ କେଣ୍ଟ୍‌ ଥାନା ଅଞ୍ଚଳରେ ଚେତନା ଛକ ନିକଟରେ ଜଣେ ଯୁବକ ଅଚେତ ହୋଇ ପଡ଼ିଥିଲେ। ଏସମ୍ପର୍କରେ ଖବର ପାଇ ଜଟେପୁର ଥାନାର ସିପାହୀ ଜଗପ୍ରସାଦ ଚୌଧୁରୀ ଏବଂ ଦିନେଶ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ୧୦୮ ଆମ୍ବୁଲାନ୍ସ୍‌କୁ ଫୋନ୍‌ କରିଥିଲେ ମଧ୍ୟ ତାହା ଆସି ନ ଥିଲା। ତେଣୁ ବାଧ୍ୟ ହୋଇ ସେମାନେ ଆହତ ଯୁବକଙ୍କୁ ଠେଲାଗାଡ଼ିରେ ଜିଲା ହସ୍ପିଟାଲରେ ପହଞ୍ଚାଇଥିଲେ। ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦୁଇ କର୍ମଚାରୀ ଏଭଳି କର୍ତ୍ତବ୍ୟନିଷ୍ଠା ଦେଖି ଏଏସ୍‌ପି ରୋହନ ପ୍ରମୋଦ ବୋତ୍ରେ ସେମାନଙ୍କୁ ନିକ କାର୍ଯ୍ୟାଳୟକୁ ଡକାଇ ପ୍ରଶଂସା କରିଛନ୍ତି।

Share