ଆସିଲା ଖୁସି ଖବର: ମାଙ୍କଡ଼ଠାରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ; ସେପ୍ଟେମ୍ବର ସୁଦ୍ଧା ୧୦ ଲକ୍ଷ ଟୀକା ହେବ ପ୍ରସ୍ତୁତ

ଓ୍ବାଶିଂଟନ,୨୯।୪: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କଦେଖାଛି। ଏପରିସ୍ଥଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍‌ ରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ ସମ୍ପନ୍ନ ହୋଇଛଇ। ସିମ୍ପାଜୀ ଶରୀରରୁ ଭୂତାଣୁ ମାଙ୍କଡ଼ଠାରେ ପ୍ରୟୋଗ କରାଯାଇଛି। ଏଥିରେ ସଫଳତା ମିଳିଥିବା ଗବେଷକ କହିଛନ୍ତି। ସିମ୍ପାଜୀଠାରୁ ସିଏଚ୍‌ଏଡିଓଏକ୍ସ୍‌-୧ ଭୂତାଣୁ ନେଇ ମାଙ୍କଡ଼ ଶରୀରରେ ଏହାକୁ ପ୍ରୟୋଗ କରାଯାଇଛି। ଏହାଦ୍ୱାରା ମାଙ୍କଡ଼ଠାରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥିବା କୁହାଯାଉଛି। ଇତିମଧ୍ୟରେ ୫୦୦ ଲୋକଙ୍କୁ ଏହି ପ୍ରତିଷେଧକ ଟୀକା ଦିଆଯିବାର ଯୋଜନା କରାଯାଇଛି। ଏହାସଫଳ ରହିଲେ ସେପ୍ଟେମ୍ବର ସୁଦ୍ଧା ୧୦ ଲକ୍ଷ ପ୍ରତିଷେଧକ ଟୀକା ପ୍ରସ୍ତୁତ କରାଯିବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି।

Share